ଅର୍ଶିଙ୍କ ସ୍ଵୟମ୍ବର ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଅର୍ଶି ଖାନ୍। ଅର୍ଶିଙ୍କ ସ୍ଵୟମ୍ବର ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଅର୍ଶିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ ଶୀଘ୍ର ଅର୍ଶି ଖାନଙ୍କ ସ୍ଵୟମ୍ବର ହେବାକୁ ଯାଉଛି।
ସୂଚନା ମୁତାବକ, ଝୋଟ ପରଦାରେ ଅର୍ଶି ଖାନଙ୍କ ସ୍ଵୟମ୍ବର ହେବାକୁ ଯାଉଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଅର୍ଶି ଖାନଙ୍କୁ ଶୋ’ର ନିର୍ମାତା ସ୍ଵୟମ୍ବର ପାଇଁ ଆପ୍ରୋଚ୍ କରିଛନ୍ତି। ନିର୍ମାତା ଶୋ’ର ପ୍ରସ୍ତୁତିରେ ଆରମ୍ଭ କରିଦେଇଛନ୍ତି। ଶହନାଜ ଗିଲଙ୍କ ସ୍ଵୟମ୍ବର ପରେ ଚାନେଲ ଏମିତି ଜଣେ କଳାକାରଙ୍କୁ ଖୋଜୁଥିଲା ଯିଏ ଟିଆରପି ହିଟ କରିପାରିବେ। ଏଥିପାଇଁ ନିର୍ମାତା ଅର୍ଶି ଖାନଙ୍କୁ ବାଛିଛନ୍ତି।
ଅର୍ଶି ଖାନଙ୍କ ସ୍ଵୟମ୍ବର ଶୋ’କୁ ରାହୁଲ ମହାଜନ ହୋଷ୍ଟ କରିପାରନ୍ତି। କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, ଶୋ’ର ନାଁ ‘ଆଏଙ୍ଗେ ତେରେ ସାଜନା’ ରଖାଯାଇଛି। ଟିଭିରେ ଏବେ ସୁଦ୍ଧା ରାଖୀ ସାୱନ୍ତ, ରାହୁଲ ମହାଜନ, ରତନ ରାଜପୁତ ଓ ଶହନାଜ ଗିଲଙ୍କ ସ୍ଵୟମ୍ବର ହୋଇଛି।
ବିଗ୍ ବସ୍-୧୪କୁ ଯିବା ପୂର୍ବରୁ ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିବା ସେ ଏକ ଇଣ୍ଟରଭ୍ୟୁ କହିଥିଲେ। ବିଗ୍ ବସ୍-୧୪ ପରେ ତାଙ୍କ ଜୀବନ ବହୁତ ବଦଳି ଯାଇଛି ବୋଲି ସେ କହିଛନ୍ତି। ତାଙ୍କୁ ପ୍ରଶଂସକଙ୍କ ସ୍ନେହ, ଭଲପାଇବା ଓ ସପୋର୍ଟ ମିଳିଛି ବୋଲି ସେ କହିଛନ୍ତି।
Comments are closed.