ଶିକ୍ଷାନୁଷ୍ଠାନରୁ ୨୩ କରୋନା ପଜିଟିଭ୍, ସିଲ୍ କଲା ବିଏମ୍ସି
![](https://www.odishalink.com/wp-content/uploads/2020/12/corona-new-strain.jpg)
ଭୁବନେଶ୍ୱର:ପୁଣି ଉପର ମୁହାଁ ହେଲାଣି କରୋନା ଗ୍ରାଫ୍। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି ଯାହା ପୁଣି ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ପ୍ରଥମେ କଟକ ଏବେ ଭୁବନେଶ୍ୱରେ ବଢୁଛି କରୋନା ସଂକ୍ରମଣ ହାର।
ଆଜି ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନ XIMBରୁ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍ କରି ଭୁବନେଶ୍ୱର ମହାନଗର ନିଗମ। ସେହିପରି ଉକ୍ତ ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କ୍ୟାମ୍ପସ ଭିତରେ ଥିବା ସମସ୍ତ କର୍ମଚାରୀଙ୍କର କୋଭିଡ଼ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଇଛି ବିଏମ୍ସି।
Comments are closed.