ମାଓବାଦୀଙ୍କ ବର୍ବର କାଣ୍ଡ,ବିସ୍ଫୋରଣରେ ୩ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ବିସ୍ଫୋରଣ। ଯବାନଙ୍କୁ ନେଇ ଯାଉଥିବା ବସକୁ ଉଡାଇଦେଇଛନ୍ତି ମାଓବାଦୀ। ଫଳରେ ୩ ଯବାନ ସହିଦ ହୋଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାରେ।
ଆଇଡି ବିସ୍ଫୋରଣରେ ୩ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି। ଏହି ଭୟଙ୍କର ଆଇଡି ବିସ୍ଫୋରଣରେ ୧୫ଜଣରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି। ତେବେ ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଛତିଶଗଡ଼ ଡିଜି ଡି.ଏମ୍. ଅବସ୍ତି ଏନେଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି ମାଲକାନଗିରି ସୀମା ତଥା ଛତିଶଗଡର ନାରାୟଣପୁରରେ ବଡ ଧରଣର ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ। ଯବାନଙ୍କୁ ନେଇ ଯାଉଥିବା ଏକ ବସକୁ ମାଓବାଦୀମାନେ ଆଇଡି ବିସ୍ଫୋରଣରେ ଉଡାଇ ଦେଇଛନ୍ତି।
Comments are closed.