ପ୍ରଥମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ , ଡେବ୍ୟୁ କଲେ କୃଣାଳ-ପ୍ରସିଦ୍ଧ

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍। ପ୍ରଥମ ମ୍ୟାଚରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ।
ODI debut for @krunalpandya24 👌
International debut for @prasidh43 👍#TeamIndia @Paytm #INDvENG pic.twitter.com/Hm9abtwW0g— BCCI (@BCCI) March 23, 2021
ପ୍ରଥମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ , ଡେବ୍ୟୁ କଲେ କୃଣାଳ-ପ୍ରସିଦ୍ଧ
ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍। ପ୍ରଥମ ମ୍ୟାଚରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ।
ଟିମ୍ ଇଣ୍ଡିଆ ପକ୍ଷରୁ କୃଣାଲ ପାଣ୍ଡ୍ୟା ଦିନିକିଆ କ୍ରିକେଟରେ ଓ ପ୍ରସିଦ୍ଧ କ୍ରିଷ୍ଣା ଆନ୍ତର୍ଜାତିକ ମ୍ୟାଚରେ ଡେବ୍ୟୁ କରିଛନ୍ତି। ଟି-୨୦ରେ ଦମଦାର ବ୍ୟାଟିଂ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ କିନ୍ତୁ ଟିମରେ ସ୍ଥାନ ମିଳିନାହିଁ। ସେହିପରି ଋଷଭ ପନ୍ତ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ କେଏଲ ରାହୁଲ ଓ୍ବିକେଟ କିପର ବ୍ୟାଟସମ୍ୟାନ୍ ଭାବେ ଖେଳୁଛନ୍ତି। କୁଲଦୀପ ଯାଦବ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।
ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଶ୍ରେୟସ୍ ଆୟର୍, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଶାର୍ଦ୍ଦୁଲ ଠାକୁର, କୃଣାଳ ପାଣ୍ଡ୍ୟା,ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ
Comments are closed.