କାନ୍ଥରୁ ପଡି ନାବାଳକ ମୃତ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଗୋପାଳପୁର ମଲିଚୁଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଖେଳୁଥିବା ସମୟରେ କାନ୍ଥରୁ ପଡି ନାବାଳକ ମୃତ।
ପ୍ରକାଶ ଯେ, ମଲିଚୁଆ ଗ୍ରାମର ଶ୍ୟାମ ସିଂଙ୍କର ୧୨ବର୍ଷର ନାବାଳକ ପୁଅ ରାଜା ଛୁଆମାନଙ୍କ ସହିତ ଘର ନିକଟରେ ଥିବା ଏକ ଭଙ୍ଗା କାନ୍ଥ ଉପରେ ଖେଳୁଥିବା ସମୟରେ ଭୁଲ୍ ବଶତଃ କାନ୍ଥ ଉପରୁ ତଳକୁ ଖସି ପଡିଥିଲେ ।
ରାଜା କାନ୍ଥ ଉପରୁ ଖସି ପଡିବା ଦେଖି ପରିବାର ଲୋକ ଦୌଡି ଯାଇ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Comments are closed.