ଡରାଇଲାଣି କରୋନା, ଦେଶରେ ୫୦ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଦେଶରେ କରୋନା ଗ୍ରାଫ୍ ଉପର ମୁହାଁ ହେଉଥିବା ବେଳେ ଆଜି ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ଟପିଛି।
ଗତ ୨୪ ଘଣ୍ଟାରେ ଦେଶରେ ୫୩,୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୭,୮୭,୫୩୪କୁ ପହଞ୍ଚିଥିବା ବେଳେ ୧,୧୨,୩୧,୬୫୦ ଜଣ ସୁସ୍ଥ ହେଲେଣି। ଏଥିସହ ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩,୯୫,୧୯୨ କୁ ପହଞ୍ଚିଥିବା ବେଳେ ୧,୬୦,୬୯୨ ଜଣଙ୍କର ମୃତ୍ୟୁ ଘଟିଛି।
Comments are closed.