Odisha Link
Bridging the Missing Links in Odisha

ରେଭେନ୍ସାରେ କରୋନା ପଜିଟିଭ୍‌ ଚିହ୍ନଟ, ପରୀକ୍ଷା ବାତିଲ

କଟକ: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଛାତ୍ରୀ ଜଣକ ପଜିଟିଭ୍‌ ଚିହ୍ନଟ ପରେ ଗୁରୁବାର ହେବାକୁ ଥିବା ସ୍ନାତକ ତୃତୀୟ, ପଞ୍ଚମ, ସପ୍ତମ ପରୀକ୍ଷା ଦିନକ ପାଇଁ ବାତିଲ କରି ଦିଆଯାଇଛି। ଏନେଇ ପରୀକ୍ଷା ନିୟନ୍ତ୍ରକ ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟ ସବୁ ପରୀକ୍ଷା ବାତିଲ୍‌ ହେବ କି ନାହିଁ ଏବଂ ବାତିଲ୍‌ ହୋଇଥିବା ପରୀକ୍ଷା କେବେ ହେବ ସେନେଇ ଗୁରୁବାର ନିଷ୍ପତ୍ତି ନିଆଯିବ।

ସୂଚନା ମୁତାବକ, କିଛି ଦିନ ତଳେ ରେଭେନ୍ସାର ଜଣେ ଅତିଥି ଅଧ୍ୟାପକ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା। ସେ ପଢ଼ାଉଥିବା ବିଭାଗକୁ ସାନିଟାଇଜ୍‌ କରାଯିବା ସହିତ ଉକ୍ତ ବିଭାଗକୁ ୭ ଦିନ ପାଇଁ ବନ୍ଦ କରାଯାଇଥିଲା। ଏହା ସହିତ ଉକ୍ତ ବିଭାଗର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ପ୍ରଫେସରଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ବୁଧବାର ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଜଣେ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ସେ ରହୁଥିବା ହଷ୍ଟେଲରେ ହିଁ ସଙ୍ଗରୋଧରେ ରଖାଯାଇଛି।

ବୁଧବାର ସନ୍ଧ୍ୟାରେ ଛାତ୍ରୀ ଜଣକ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିବାରୁ କୌଣସି ବ୍ୟବସ୍ଥା ହୋଇନାହିଁ। ତେଣୁ ତାଙ୍କୁ ସେହି ହଷ୍ଟେଲରେ ଆଇସୋଲେସନ୍‌ରେ ରଖାଯାଇଛି। ଆଜି ତାଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି କୁଳସଚିବ ଡ. ଭକ୍ତ ଚରଣ ପ୍ରଧାନ କହିଛନ୍ତି।

Comments are closed.