ଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି
![](https://www.odishalink.com/wp-content/uploads/2019/12/Congress-1212.png)
ଭୁବନେଶ୍ୱର: ବିଧାନସଭା ଘେରାଉ ସମୟରେ ଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବେକାରୀ ସମସ୍ୟା ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏହି ଆକ୍ରୋଶ ସମାବେଶ କରାଯାଇଥିଲା ।
ଏନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସମାବେଶରେ ଯୁବ କଂଗ୍ରେସ ଜାତୀୟ ସଭାପତି ବିଭି ଶ୍ରୀନିବାସ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଦଗାର କରିଥିଲେ ।
ପରେ ଯୁବ କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବା ପାଇଁ ଏକ ଶୋଭାଯାତ୍ରାରେ ଯାଇଥିଲେ । ତେବେ ପୁଲିସ ସେମାନଙ୍କୁ ବାଧା ଦେବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ପୁଲିସ ଜଣକ ଜଣକ ପରେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଥିବା ଜଣାଯାଇଛି ।
Comments are closed.