ପଶ୍ଚିମବଙ୍ଗ ନିର୍ବାଚନ: ପୂର୍ବ ମେଦିନାପୁରରେ ଗୁଳିକାଣ୍ଡ, ୨ ସୁରକ୍ଷାକର୍ମୀ ଆହତ
![](https://www.odishalink.com/wp-content/uploads/2021/03/wbb-750x430.jpg)
କୋଲକାତା: ଆଜିଠୁ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତଦାନ। ବଙ୍ଗରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହାରି ମଧ୍ୟରେ ପୂର୍ବ ମେଦିନାପୁରର ଭଗବାନପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀର ସତସତମାଲ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।
ଅପରପକ୍ଷେ ବିଜେପି ଜିଲ୍ଲା ଅଧ୍ୟକ୍ଷ ଅନୁପ ଚକ୍ରବର୍ତ୍ତି ଅଭିଯୋଗ କରିଛନ୍ତି ଯେ, ଟିଏମସିର କିଛି ସମର୍ଥକ ଅରଗୋଲା ପଞ୍ଚାୟତର ଲୋକଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।
East Midnapore: 2 security personnel injured in a firing incident at Satsatmal, Bhagwanpur assembly constituency, early morning today, ahead of voting for West Bengal polls
Those associated with TMC trying to terrorise ppl in Argoal panchayat area: Anup Chakraborty,BJP Dist Pres pic.twitter.com/FQNiKUjtff
— ANI (@ANI) March 27, 2021
ଏହାପୂର୍ବରୁ ଶୁକ୍ରବାର ଦିନ ଟିଏମସି କାର୍ଯ୍ୟାଳୟରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଥିଲା। ବାଙ୍କୁରାର ଜୟପୁରରେ ଥିବା ଟିଏମସି କାର୍ଯ୍ୟାଳୟ ମଧ୍ୟରେ ବୋମା ବିସ୍ଫୋରଣ ଘଟିଥିଲା। ଟିଏମସି ବାମ ଦଳ ଓ କଂଗ୍ରେସ ଗଠବନ୍ଧନ ଉପରେ ଅଭିଯୋଗ କରିଥିବା ବେଳେ ବିଜେପି କହିଥିଲା ଯେ, କାର୍ଯ୍ୟାଳୟ ଭିତରେ ବୋମା ବନେଇବା ସମୟରେ ଏଭଳି ଘଟଣା ଘଟିଥିଲା। ଏହି ବୋମା ବିସ୍ଫୋରଣରେ ୩ଜଣ ଲୋକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଚନ୍ତି।
Comments are closed.