ଅରୁଗୁଳ IITରୁ ୧୦ ଛାତ୍ର କରୋନା ପଜିଟିଭ

ଖୋର୍ଦ୍ଧା: ପୁଣି କାୟା ମେଲାଇ ଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ ହେଉଥିବା ବେଳେ ଖୋର୍ଦ୍ଧା ଜଟଣୀ ସ୍ଥିତ ଅରୁଗୁଳ IITରୁ କରୋନା ପଜିଟିଭ ଚିହ୍ନଟ ହୋଛନ୍ତି।
ଅରୁଗୁଳ IITରୁ ୧୦ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ ୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି।
ଅନ୍ୟପଟେ ଆଜି ଆଲେନ୍ ଇନଷ୍ଟିଚ୍ୟୁଟ୍ରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଇନଷ୍ଟିଚ୍ୟୁଟ୍କୁ ସିଲ୍ କରିଛି ବିଏମ୍ସି। ଇନଷ୍ଟିଚ୍ୟୁଟ୍କୁ ସିଲ୍ ନେଇ ଇନଷ୍ଟିଚ୍ୟୁଟ୍କୁ ସିଲ୍ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.