ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହାରଥୀଙ୍କ ପରିବାର

ଭୁବନେଶ୍ୱର: ନବୀନ ନିବାସରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରିବାର। ରୁଦ୍ର ପ୍ରତାପ ମହାରଥୀ ପିପିଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ନବୀନଙ୍କୁ ଭେଟିଛନ୍ତି ପୂରା ପରିବାର। ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ, ପୁଅ ରୁଦ୍ର, ଝିଅ ପଲ୍ଲବୀ ଓ ଜାଇଁ ଅଦେ୍ର୍ଧନ୍ଦୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ନବୀନଙ୍କୁ ସାକ୍ଷାତ ପରେ ରୁଦ୍ର ପିପିଲି ଉପନିର୍ବାଚନ ନିମନ୍ତେ ବିଜେଡି ଟିକେଟ ନେଇ ଫେରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଦୀପ ମହାରଥୀଙ୍କ ପୁଅକୁ ପିପିଲିରୁ ପ୍ରାର୍ଥୀ କରିବା ସହ ଆମ ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ତାଙ୍କ ନିକଟରେ ବହୁ କୃତଜ୍ଞ। ୟାଠୁ ବଳି ଖୁସି ଖବର କିଛି ନାହିଁ। ମୁଁ ମା’ ହିସାବରେ ବହୁତ ଖୁସି।” ପିପିଲି ନିର୍ବାଚନରେ ମହାରଥୀ ପରିବାରର କାହାକୁ ଟିକେଟ ମିଳିବ ବୋଲି ଅଙ୍କକଷା ଚାଲିଥିବା ବେଳେ ବିଜେଡି ତରଫରୁ ରୁଦ୍ରଙ୍କ ନାମ ଘୋଷଣା କରାଯିବା ପରେ ଏପରି ଭାବେ ନିଜ ଖୁସି ବ୍ୟକ୍ତ କରିଥିଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ।
Comments are closed.