ଏହି ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ପୁଣି କାୟା ମେଲାଇ ଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ ହେଉଥିବାରୁ ଅନେକ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଘୋଷଣା କରାଯାଉଛି। ମାତ୍ର ଆଜିଠାରୁ ନବରଙ୍ଗପୁର ଜିଲ୍ଲାରୁ ନାଇଟ୍ କର୍ଫ୍ୟୁ ହଟାଇ ଦିଆଯାଇଛି।
ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ଗତ ଦୁଇଦିନ ଧରି ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଫଳରେ ନବରଙ୍ଗପୁର ଜିଲ୍ଲାପାଳ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୫ ତାରିଖଠାରୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିଥିଲା। ବଡ଼ଯାତ୍ରାରେ ସର୍ବାଧିକ ୨ ଶହ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବା ସହ କୋଭିଡ ଲକ୍ଷଣଧାରୀଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା ଏତଦବ୍ୟତୀତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ, ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଥିଲା।
Comments are closed.