ଡ୍ରଗ୍ସ ଲିଙ୍କ୍: ଏଜାଜ ଖାନଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ନେଇ ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିଛି ଏନସିବି। ଆଜି ଏଜାଜ ଖାନ ରାଜସ୍ଥାନରୁ ମୁମ୍ବାଇ ପହଞ୍ଚିବା ପରେ ତାଙ୍କୁ ଏନସିବି ଗିରଫ କରିଛି। ଡ୍ରଗ ପେଡଲର ଶାଦାବ ବାଟାଟାକୁ ଗିରଫ କରାଯିବା ପରେ ଏଜାଜ ଖାନଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଥିଲା।
ଏନସିବି ଏଜାଜଙ୍କୁ ସାଥିରେ ନେଇ ଅନ୍ଧେରୀ ଏବଂ ଲୋଖଣ୍ଡଓ୍ବାଲାର ବିଭିନ୍ନ ଠିକଣାରେ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ସୂଚନା ମିଳିଛି। ମାତ୍ର ଏଜାଜ ଖାନ ଏନସିବି ଅଧିକାରୀଙ୍କ ଡାକରାରେ ଆସିଛନ୍ତି ତାଙ୍କୁ ଗିରଫ କରାଯାଇନାହିଁ ବୋଲି କହିଛନ୍ତି।
ଏଜାଜ ଖାନ ବିଗ୍ ବସ୍ ସିଜନ୍ ୭ ବ୍ୟତୀତ ଏଜାଜ କମେଡି ନାଇଟ୍ ଓ୍ବିଥ କପିଲ, କରମ ଆପନା ଆପନା, କାହାନୀ ହମାରେ ମହାଭାରତ ଏବଂ ରହେ ତେରା ଆଶୀର୍ବାଦ ଭଳି ସିରିୟଲରେ କାମ କରିଛନ୍ତି ଏଜାଜ। ବିଗ୍ ବସ୍ରେ ନିଜର ସାଥି ପ୍ରତିଯୋଗୀଙ୍କ ସହ ମାରପିଟ୍ କରି ବିବାଦ ଭିତରକୁ ଆସିଥିଲେ ଏଜାଜ। ଏହା ପୂର୍ବରୁ ଫେସବୁକ୍ରେ ଆପତ୍ତିଜନକ ପୋଷ୍ଟ କରିବା ମାମଲାରେ ଏଜାଜ ଗିରଫ ହୋଇଥିଲେ।
Comments are closed.