ସବୁ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି, କଣ୍ଟେନମେଣ୍ଟ ଜୋନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। କୋରୋନା ନେଇ ଆକ୍ସନ ପ୍ଲାନ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ପାଳନ ପାଇଁ ଚିଠିରେ ଦର୍ଶାଯାଇଛି।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ, ରାଜେଶ ଭୂଷଣ ସବୁ ରାଜ୍ୟ ସରକାରଙ୍କୁ ଚଠି ଲେଖି ସତର୍କ କରିଛନ୍ତି। କହିଛନ୍ତି, ଅଧିକ ସଂକ୍ରମଣ ହେଲେ କାମ ଦେବନି ସଂଗରୋଧ। ତେଣୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି। ଯେଉଁଠି ଅଧିକ ସଂଖ୍ୟାରେ ସଂକ୍ରମଣ ହେଉଛି ସେଠାରେ ବଡ କଣ୍ଟେନମେଣ୍ଟ ଜୋନ୍ କରିବାର ଆବଶ୍ୟକତା ରହିଛି । ଏହାର ସ୍ପଷ୍ଟ ଭାବରେ ସୀମା ନିର୍ଦ୍ଧାରଣ ହୋଇଥିବ ଏବଂ କଟକଣାକୁ କଡାକଡି କରିବାର ଆବଶ୍ୟକତା ରହିଛି।
ପୁଣି ଥରେ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ କରିବାକୁ ଗୁରୁତ୍ୱ ଦିଆଯାଇଛି। ଯେଉଁ ଜିଲ୍ଲାରେ ସଂଖ୍ୟା ବଢ଼ୁଛି ସେଠାରେ ଏକ ଡିଷ୍ଟ୍ରିକ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାଛଡା ନାକ ଓ ମୁହଁକୁ ଘୋଡାଇ ରଖିବା ଭଳି ମାସ୍କ, ଛଅ ଫୁଟର ଦୂରତା ଏବଂ ବାରମ୍ବାର ହାତ ଧୋଇବା ନେଇ ସଚେତନ କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର।
Comments are closed.