ପିପିଲି ଉପନିର୍ବାଚନ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ର ଓ ଅଜିତ୍
ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ
ଭୁବନେଶ୍ବର: ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇଛି ପିପିଲି ନିର୍ବାଚନ ମଣ୍ଡଳୀ। କାରଣ ଏପ୍ରିଲ ୧୭ ତାରିଖରେ ହେବାକୁ ଯାଉଛି ପିିପିଲି ଉପନିର୍ବାଚନ। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି,କଂଗ୍ରେସ ଓ ବିଜେପି କରୁଛନ୍ତି ଜୋରଦାର ପ୍ରସ୍ତୁତ।
ଅନ୍ୟପଟେ ଆଜି ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ଦିନ। ପୂର୍ବରୁ ବିଜେପିର ଆଶ୍ରିତ ପଟ୍ଟନାୟକ ନାମାଙ୍କନ ଦାଖଲ କରି ସାରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନାମାଙ୍କନ ଦାଖଲ କରିବେ। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି।
ସୂଚନାଥାଉକି, ୨୦୧୯ ନିର୍ବାଚନରେ ପିପିଲିରେ ୧ଲକ୍ଷ ୭୪ ହଜାର ୮୭୫ ଜଣ ମତଦାନ କରିିଥିଲେ। ଦିବଂଗତ ବିଧାୟକ ପ୍ରଦୀପ କୁମାର ମହାରଥୀଙ୍କ ନିକଟକୁ ୮୮ ହଜାର ୫୧୮ ଖଣ୍ଡ ଭୋଟ ଯାଇଥିଲା ଓ ସେ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ସେବେ ୭୨ ହଜାର ୭୩୧ ଖଣ୍ଡ ଓ ପିପିଲି ଆସନରେ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯୮୩୦ ଖଣ୍ଡ ଭୋଟ ପାଇଥିଲେ।
Comments are closed.