ରେଳ ଯାତ୍ରୀଙ୍କ ପାଇଁ ନୂଆ ନିୟମ, କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଏଣିକି ଯାତ୍ରୀମାନେ ରାତିରେ ମୋବାଇଲ୍, ଲାପଟପ୍ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ସାମଗ୍ରୀ ଚାର୍ଜ କରିପାରିବେ ନାହିଁ। ଏଥିସହ ଟ୍ରେନରେ ସ୍ମୋକିଂ କରୁଥିବା ବେଳେ ଧରାପଡ଼ିଲେ ଜରିମାନା ଆଦାୟ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଏହି ପଦକ୍ଷେପ ଦ୍ୱାରା ଯାତ୍ରୀମାନେ ଅପେକ୍ଷାକୃତ ସୁରକ୍ଷିତ ରହିବେ ବୋଲି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ରେଳ ବିଭାଗ ନିୟମ ଅନୁଯାୟୀ, ରାତିରେ ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଚାର୍ଜିଂ ପଏଣ୍ଟ ବ୍ୟବହାର କରିପାରିବେ ନାହିଁ। ରାତିରେ ବୈଦ୍ୟୁତିକ ସାମଗ୍ରୀ ଚାର୍ଜ ହେବା ଫଳରେ ଅନେକ ବିପଦର ସମ୍ଭାବନା ରହିଥାଏ। ବୈଦ୍ୟୁତିକ ସାମଗ୍ରୀ ଓଭର ହଟିଂ ହୋଇ ନିଆଁ ଲାଗିବାର ଭୟ ରହିଥାଏ। ପ୍ରତ୍ୟେକ ରେଳ ଜୋନରେ ଏହି ନିୟମ ଲାଗୁ କରାଯିବ। ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିବା ପରେ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
Comments are closed.