ଜୋର ଜବରଦସ୍ତି ମହିଳାଙ୍କୁ ଚୁମ୍ବନ ଦେଲେ ଗଭର୍ଣ୍ଣର!
ଓ୍ବାଶିଂଟନ୍: ଜଣେ ମହିଳାଙ୍କୁ ଜୋର ଜବରଦସ୍ତ କିସ୍ କରିଦେଲେ ଗଭର୍ଣ୍ଣର। ମହିଳା ଜଣଙ୍କ ଯେତେ ବାରଣ କରିବା ସତ୍ତ୍ବେ କିଛି ଶୁଣିଲେଣି ଗଭର୍ଣ୍ଣର। ନ୍ୟୁୟର୍କର ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋଙ୍କ ବିରୋଧରେ ଏଭଳି ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା।
ନ୍ୟୁୟର୍କର ଶେରି ଭିଲେ ନାମକ ଜଣେ ମହିଳା ଗଭର୍ଣ୍ଣର ଏଣ୍ଡ୍ର୍ୟୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଗଭର୍ଣ୍ଣର ତାଙ୍କୁ ଜବରଦସ୍ତି କିସ୍ ତଥା ଚୁମ୍ବନ କରିବାକୁ ଚେଷ୍ଟା କରିଥିବା ସେ କହିଛନ୍ତି।
Attorney @GloriaAllred with Sherry Vill, who says NY Governor Andrew Cuomo, "suddenly grabbed her face and kissed her in front of her home," in 2017. pic.twitter.com/CGqasl1bHW
— Gwynne Hogan (@GwynneFitz) March 29, 2021
ଅପରପକ୍ଷେ ଉକ୍ତ ପୀଡ଼ିତାଙ୍କ ଓକିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ମାମଲା ହେଉଛି ୨୦୧୭ ମସିହାର। ସେତେବେଳେ ବନ୍ୟା ପରେ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କ ବିନା ସହମତିରେ ଗଭର୍ଣ୍ଣର କିସ୍ କରିଥିଲେ। କେବଳ ସେତିକି ନୁହେଁ ପୀଡିତାଙ୍କ ହାତ ଧରି ଗଭର୍ଣ୍ଣର ତାଙ୍କୁ ଆପତ୍ତିଜନକ ଭାଷାରେ କଥା ମଧ୍ୟ ହୋଇଥିଲେ। ଏହି କିସ୍ କରିବା ବେଳର ଏକ ଫଟୋକୁ ପୀଡିତା ଜଣକ ପ୍ରମାଣ ସ୍ୱରୂପ ସାମ୍ବାଦିକ ସମ୍ମିଳନୀରେ ଜାରି କରିଛନ୍ତି।
Comments are closed.