ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୩୯୪ ପଜିଟିଭ ଚିହ୍ନଟ, ନୂଆ ହଟସ୍ପଟ୍ ଖୋର୍ଦ୍ଧା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବୁଧବାର ରାଜ୍ୟରେ ୨୯୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ସଂକ୍ରମିତଙ୍କ ସଂଖ୍ୟା ୩୯୪ରେ ପହଁଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
Covid-19 Report For 31st March
New Positive Cases: 394
In quarantine: 231
Local contacts: 163(Details of local contacts will be shared by concerned District Administration)
District Wise Cases:
1. Angul: 24
2. Balasore: 5
3. Bargarh: 34
4. Bhadrak: 4
5. Balangir: 10— I & PR Department, Odisha (@IPR_Odisha) April 1, 2021
କଳାହାଣ୍ଡି ଜିଲ୍ଲାରୁ ୪୩, ନୂଆପଡ଼ା ଜିଲ୍ଲାରୁ ୪୦, ବରଗଡ଼ ଜିଲ୍ଲାରୁ ୩୪, ସୁନ୍ଦରଗଡ଼ରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ କଟକ ଜିଲ୍ଲାରୁ ୨୭, ଅନୁଗୁଳରୁ ୨୪, ମୟୂରଭଞ୍ଜ ଜିଲ୍ଲାରୁ ୧୯, ସମ୍ବଲପୁର ଜିଲ୍ଲାରୁ ୧୪, ପୁରୀ ଜିଲ୍ଲାରୁ ୧୨, ବଲାଙ୍ଗିର ଜିଲ୍ଲାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ଷ୍ଟେଟପୁଲରୁ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୪୧ ହଜାର ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୮୩୭ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୭ ହଜାର ୦୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୯୦ ଲକ୍ଷ ୭୩ ହଜାର ୨୩୧ ସାମ୍ପୁଲ ଟେଷ୍ଟ୍ ହୋଇଛି।
Comments are closed.