ରାଜଧାନୀରୁ ୫୨ କରୋନା ପଜିଟିଭ ଚିହ୍ନଟ
![](https://www.odishalink.com/wp-content/uploads/2020/12/corona-new-strain.jpg)
ଭୁବନେଶ୍ୱର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
Related Posts
୫୨ ପଜିଟିଭ ମଧ୍ୟରୁ ୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪ ରୋଗୀ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା ୩୨ ହଜାର ୫୦୨କୁ ବୃଦ୍ଧି ପାଇଛି। ମୋଟ ପଜିଟିଭରୁ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ହଜାର ୯୨୧ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୩୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।
Comments are closed.