ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି, ଚିନ୍ତା ପ୍ରକଟ କଲେ ଗଜପତି
ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା ପାଇଁ ଏକ ଷ୍ଟ୍ରାଟେଜି କରାଯାଉ

ପୁରୀ: ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି, ଚୋରି ଘଟଣା ସମ୍ପର୍କରେ ଶୁଣି ମୁଁ ଆଶ୍ଚର୍ଯ୍ୟ। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ।
ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା ପାଇଁ ଏକ ଷ୍ଟ୍ରାଟେଜି ତିଆରି କରୁ ପୋଲିସ। ଏକ ବ୍ୟାପକ ଏବଂ ଫଳପ୍ରଦ ଷ୍ଟ୍ରାଟେଜି ତିଆରି କରାଯାଉ ବୋଲି କହିଛନ୍ତି ଗଜପତି।
ସୂଚନାଯୋଗ୍ୟ, ପୁରୀ ମାଉସୀ ମା’ ମନ୍ଦିର ହୁଣ୍ଡି ତାଲା ଭାଙ୍ଗି ଟଙ୍କା ସହ ମା’ଙ୍କ ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ପ୍ରାୟ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ପଶିଥିଲେ ଲୁଟେରା। ଖବର ପାଇ କୁମ୍ଭାରପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହୋଇଥିଲା।
Comments are closed.