ପିପିଲି ଉପନିର୍ବାଚନ: ଜମୁଛି ପ୍ରଚାର, ୩ ଜଣଙ୍କ ପ୍ରାର୍ଥିପତ୍ର ଖାରଜ

ପୁରୀ: ରଜାନୀତିର ରଙ୍ଗରେ ରଙ୍ଗେଇ ହେଲାଣି ପିପିଲି। ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରି ପ୍ରାର୍ଥୀ ମାନେ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ମଧ୍ୟରେ ୩ ଜଣଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ଅବଜରଭର ଅଫିସର ପ୍ରଦୀପ ସାହୁ ଏହି ସୂଚନା ଦେଇଛନ୍ତି।ଯେଉଁମାନଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେମାନେ ହେଉଛନ୍ତି ସନ୍ତୋଷ ଦାସ, ସନ୍ତୋଷ ମହାପାତ୍ର ଓ ପ୍ରିୟ ରଞ୍ଜନ ମିଶ୍ର।
ଏହି ଉପନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୩ ଜଣଙ୍କର ପ୍ରାର୍ଥିପତ୍ର ଖାରଜ ହୋଇଯାଇଥିବା ବେଳେ ୧୨ ଜଣଙ୍କର କାଏମ ରହିଛି। ଆସନ୍ତା ୩ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସେହି ଦିନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାର ସମୟ ରହିଛି।
ବିଜେଡିରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ମଙ୍ଗ ଧରିଛନ୍ତି। ବିଜେଡିରୁ ବହୁ ହେଭୁୱେଟ୍ ନେତା ପ୍ରଚାର ମଇଦାନରେ ଓହ୍ଲାଇବେ। ସେପଟେ ମହାରଥୀଙ୍କ ଗଡ ଭାଙ୍ଗିବାକୁ ବିଜେପି ଜୋରଦାର ପ୍ରସ୍ତୁତି କରୁଥିବା ବେଳେ କଂଗ୍ରେସ ନିଜର ରଣନୀତି ଆପଣୋଉଛି। ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିସାରିଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମାଇଦାନରେ ପ୍ରଚାର ଜୋରଦାର କରୁଥିବା ବେଳେ ଦଳ ତାଙ୍କୁ ବଳ ଦେବା ପାଇଁ ଗତକାଲି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଦଳୀୟ ଏଜେଣ୍ଡା ସହ ପିପିଲିବାସୀଙ୍କ ନିକଟକୁ ଯିବେ।
ଆସନ୍ତା ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି। ସର୍ବମୋଟ ୧୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥୀପତ୍ର ଯାଞ୍ଚ୍ ହେବ। ସେହିପରି ଆସନ୍ତା ୩ ଓ ୪ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାରର ସମୟ ରହିଛି।
Comments are closed.