ଚପଲ ଫିଙ୍ଗା ଘଟଣାର କାର୍ଯ୍ୟାନୁଷ୍ଠାନ ନିଆଯିବ: ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଇୟର ଫୋନ ଓ କାଗଜ ଫିଙ୍ଗିଛନ୍ତି। ଏହି ଘଟଣାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଆଇନ ତା’ ବାଟରେ ଯିବ, ତାକୁ କେହି ବନ୍ଦ କରିପାରିବେ ନାହିଁ।
ବାଚସ୍ପତି କହିଛନ୍ତି ଯେ, ସମସ୍ତ କଥାକୁ ବିଚାର କରୁଛି । ତର୍ଜମା କରୁଛି । ଆଇନ ତା’ ବାଟରେ ଯିବ, କେହି ବନ୍ଦ କରିପାରିବେନି । ବିଧାନସଭାରେ ଉଠାଯାଇଥିବା ଫଟୋ ପରୀକ୍ଷା କରୁଛି । ସବୁ ପ୍ରମାଣ ମିଳିସାରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି।।
ଅନ୍ୟପକ୍ଷରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯାଇଥିବା ବିଷ୍ଣୁ ସେଠୀ କହିଛନ୍ତି। କିଏ ଜଣେ ନୂଆ ବିଧାୟକ ଚପଲ ଫିଙ୍ଗିଥିବା ସେ କହିଛନ୍ତି। ତେବେ ସେ ଚପଲ ଫିଙ୍ଗିନଥିବା ବିଷ୍ଣୁ ସେଠୀ କହିଛନ୍ତି। କଲମ ଓ ହେଡଫୋନ ଫିଙ୍ଗିଥିବା ସେ ସ୍ୱୀକାର କରିଛନ୍ତି। ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହେବା ପରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗାଯାଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ମୁଲତବୀ ଘୋଷଣା କରିଛନ୍ତି।
Comments are closed.