ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା

ମୁମ୍ୱାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା। ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଅକ୍ଷୟ କୁମାର। କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେଉଛନ୍ତି।
— Akshay Kumar (@akshaykumar) April 4, 2021
Related Posts
ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବାକୁ କହିଛନ୍ତି ଅକ୍ଷୟ। ଲକଡାଉନ ପରଠାରୁ ଫିଲ୍ମ ସୁଟିଂକୁ ଫେରିଥିଲେ ଅକ୍ଷୟ। ସୁଟିଂ ବାକି ଥିବା ଫିଲ୍ମକୁ ଯଥାଶୀଘ୍ର ସାରିବାକୁ ଚେଷ୍ଟା ମଧ୍ୟ କରୁଥିଲେ।
ଏହା ଭିତରେ କରୋନାରେ ସଂକ୍ରମିତ ହୋଇଛନ୍ତି ଅକ୍ଷୟ। ଏବେ ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି। ଖାସକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ବେଶ ଚିନ୍ତାଜନକ ରହିଛି।
Comments are closed.