ମାଓବାଦୀଙ୍କ କବଜାରେ ନିଖୋଜ ଯବାନ

ଛତିଶଗଡ: ଛତିଶଗଡ ମାଓ ଆକ୍ରମଣ ପରେ ଆଉ ଏକ ବଡ ଘଟଣା ସାମ୍ନାକୁ ଆସିଛି। ମାଓବାଦୀଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ। ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ। ଏନକାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ।
ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ମାଓବାଦୀଙ୍କ ସୂଚନା। ତେବେ କବଜାରେ ଥିବା ଯବାନଙ୍କ ନାଁ ରାକେଶ୍ୱର ସିଂ ମନହସ। ୨୧୦ କୋବ୍ରା ବାଟାଲିୟନର ଯବାନ ଅଟନ୍ତି ରାକେଶ୍ୱର। ଯବାନ ମାଓବାଦୀଙ୍କ ପାଖେ ସୁରକ୍ଷିତ ଥିବା କହିଛି ମାଓ ସଙ୍ଗଠନ।
ଛତିଶଗଡ ବିଜାପୁର ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ ଯବାନଙ୍କୁ ଘେରିଯାଇଥିଲେ ପ୍ରାୟ ୪ ଶହ ମାଓବାଦୀ। ମାଓ ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଅନ୍ୟପଟେ ଆଜି ଛତିଶଗଡରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଅମିତ ଶାହା କହିଛନ୍ତି ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ।