ଆଜିଠୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ
କରୋନା ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ପ୍ରଶାସନର ପଦକ୍ଷେପ

ଭୁବନେଶ୍ବର: ଦେଶରେ ବିଗତ କିଛିଦିନ ହେବ ଲଗାତାର ଭାବେ କରୋନା ମାମଲା ବଢ଼ିବାରେ ଲାଗିଛି। ସେହିପରି ଓଡ଼ିଶାରେ ମଧ୍ୟ କରୋନା ମାମଲା ବଢ଼ିବାରେ ଲାଗିଛି। ରାଜ୍ୟରେ ସ୍ଥିତି ବିଗିଡ଼ିବା ପୂର୍ବରୁ କରୋନା ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ଆଜିଠୁ ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ଆଜି ରାତି ୧୦ଟାରୁ ସକାଳ ୫ ଟା ଯାଏଁ ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଅଡ଼ିଶାର ୩ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗିବ।
ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ଏସବୁ ଜିଲ୍ଲାରେ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ବିଭିନ୍ନ ଜିଲ୍ଲାର ଏସ୍ପି।
ନାଇଟ୍କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ସହ ହୋମ୍ ଡେଲିଭରି ଚାଲୁ ରହିବ। ଏହି ସମୟରେ ମେଡିକାଲ କିମ୍ବା ଅନ୍ୟ ଏମରଜେନସିରେ ଲୋକେ ଯାତାୟତ କରିପାରିବେ । ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ସ୍ବାସ୍ଥ୍ୟସେବା, ଆମ୍ବଲାନ୍ସ ସେବା ଜାରି ରହିବ । ବିଦ୍ୟୁତ୍ , ଅଗ୍ନିଶମ , ଟେଲିକମ୍ , ଜଳ ଯୋଗାଣ , ରେଲୱେ ଓ ଏୟାରପୋର୍ଟ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ନାଇଟ କର୍ଫ୍ୟୁ ସମୟରେ ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ ଏବଂ ଶିଳ୍ପ ପ୍ରତିଷ୍ଠାନ ଖୋଲା ରହିବ । ହୋମ ଡେଲିଭରି ଚାଲୁ ରହିବ ।
Comments are closed.