୧୨ ରାଜ୍ୟର ପର୍ଯ୍ୟଟକଙ୍କୁ ପୁରୀ ମନା

ପୁରୀ: ଅଣାୟତ୍ତ କଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ କୋଭିଡ୍ କଟକଣାକୁ କଡ଼ାକଡ଼ି କରିବା ସହ ଜିଲ୍ଲାରେ ନୂଆ କଟକଣା ଜାରି କରାଯାଇଛି।
ଏଣିକି ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ହୋଟେଲ ରହଣୀ ପାଇଁ କରୋନା RT-PCR ନେଗେଟିଭି ରିପୋର୍ଟ ଆଣିବାକୁ ବାଧ୍ୟମୂଳକ କରାଯାଇଛି । କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ର, ପଞ୍ଜାବ, କରେଳ, ଛତିଶଗଡ଼ ଏବଂ ଗୁଜରାଟ ପ୍ରମୁଖ ରାଜ୍ୟ ରହିଛନ୍ତି। ଏସବୁ ରାଜ୍ୟର କୌଣସି ପର୍ଯ୍ୟଟକ ପୁରୀ ଆସିଲେ ସେମାନଙ୍କୁ ୭୨ ଘଣ୍ଟା ପୂର୍ବର RT-PCR ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଯେଉଁ ପର୍ଯ୍ୟଟକମାନେ ସାଥୀରେ ନେଗେଟିଭ ରିପୋର୍ଟ ଆଣି ନ ଥିବେ ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେଶନରେ ରହିବାକୁ ପଡ଼ିବ ବୋଲି ସୂଚନା ଜାରି କରାଯାଇଛି।
ହୋଟେଲ ମାଲିକ ସଂଘଙ୍କ ସହ ଜିଲ୍ଲାପାଳଙ୍କ ଆଜି ଏନେଇ ଏକ ବୈଠକ ବସିଥିଲା। ହୋଟେଲ ଓ ରେସ୍ତୋରାଁ ଉପରେ ନଜର ରଖିବା ଜିଲ୍ଲାପାଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଅନ୍ୟ ଅଧିକାରୀ ମାନଙ୍କ ସହ ଜିଲ୍ଲାପାଳ ହସ୍ପିଟାଲ ଓ ରେଳ ଷ୍ଟେସନରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।