କରୋନା: ରାଜଧାନୀରେ ୧୦୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନା ସଂକ୍ରମିଣ ଚିନ୍ତା ବଢ଼ାଇଛି। ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ଅଞ୍ଚଳରୁ ଅର୍ଥାତ୍ ଲୋକାଲ କେସ ବୋଲି ସୂଚନା ମିଳିଛି।
Related Posts
ଏହା ସହିତ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଟଙ୍କପାଣି ରୋଡ଼ ଅଂଚଲରୁ ସର୍ବାଧିକ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରିରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୯୩୫ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୨୦୫୩ ରହିଛି। ଏହାସହ ଆକ୍ଟିଭ କେସର ସଂଖ୍ୟା ୬୧୧ ରହିଥିବା ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି।