ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ ଆବଶ୍ୟକ: ଡିଏମଇଟି
![](https://www.odishalink.com/wp-content/uploads/2020/11/Night-Curfew-In-Ahmedabad.jpg)
ଭୁବନେଶ୍ୱର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଗ୍ରାଫ ଉପରମୁହାଁ ରହୁଛି। ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିବା ବେଳେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ନେଇ ଡିଏମଇଟି ସିବିକେ ମହାନ୍ତି ଏକ ବଡ଼ ବୟାନ ଦେଇଛନ୍ତି।
ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ବହୁ ପ୍ରଭାବିତ ରାଜ୍ୟରୁ ଲୋକେ ଭୁବନେଶ୍ୱର ଆସୁଥିବାରୁ ସଂଖ୍ୟା ବଢୁଛି। ବିମାନ ବନ୍ଦର ଓ ଷ୍ଟେସନରେ ସ୍କ୍ରିନିଂ କରିବା ପରେ ଏହା ଜଣାପଡ଼ିଛି। ପୂର୍ବ କୋଭିଡ ସମୟରେ ଯେଉଁ ପ୍ରସ୍ତୁତି ଥିଲା, ସେହି ଆଧାରରେ ଆମେ ପ୍ରସ୍ତୁତ।
ସରକାର ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ସ୍ଥିତି ଉପରେ ନଜର ଅଛି। ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। ରାତିରେ କ୍ଲବ ଓ ପାର୍ଟିରେ ଗହଳି ରୋକିବାକୁ ନାଇଟ କର୍ଫ୍ୟୁ ଦରକାର ବୋଲି ସେ କହିଛନ୍ତି।