ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି, 3-T ଫର୍ମୁଲା ଉପରେ ଗୁରୁତ୍ବ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଅଧିକ ଟେଷ୍ଟିଂ କଲେ ଅଧିକ ପିଜିଟିଭ ଆସୁଛି। ଏଥିପାଇଁ 3-T ଫର୍ମୁଲା ଉପଯୋଗ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଯାହାର ହୋମ୍ ଆଇସୋଲେସନ ପାଇଁ ସୁବିଧା ନଥିବ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖିବାକୁ ଜିଲ୍ଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ କୁହାଯାଇଛି ଏଥିପାଇଁ କୋଭିଡ୍ କେୟାର ସେଣ୍ଟରକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବର୍ତ୍ତମାନ ଯେଉଁ ମାନେ ସଂକ୍ରମିତ ହେଉଛନ୍ତି ସେଥି ମଧ୍ୟରେ ଅଧିକାଂଶ ଲକ୍ଷଣ ବିହୀନ ବ୍ୟକ୍ତି ପିଜିଟିଭ ଚିହ୍ନଟ ହେଉଛନ୍ତି।ଯେଉଁମାନଙ୍କର ହସ୍ପିଟାଲର ବିଶେଷ ଆବଶ୍ୟକତା ପଡୁନାହିଁ। ରାଜ୍ୟ ସରକାର କୋଭିଡ୍ ଦ୍ବିତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ସୀମାବର୍ତ୍ତି ଜିଲ୍ଲା ହେଉ ବା ସହରାଞ୍ଚଳ ହେଉ ଯେଉଁ ସ୍ଥାନରୁ ଅଧିକ ପିଜିଟିଭ ଆସୁଛନ୍ତି ସେ ସ୍ଥାନକୁ ମାଇକ୍ରୋ କଣ୍ଟନେମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଉଛି।