କରୋନା ଭୟ, ଭାରତରେ ଟି-୨୦ ବିଶ୍ଵ କପ୍ ହେବ ନା ନାଇଁ ICC ରଖିଲା ଉତ୍ତର
ଭାରତରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ ହେବ ନା ନାହିଁ ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା।
![](https://www.odishalink.com/wp-content/uploads/2019/07/icc.jpeg)
ନୂଆଦିଲ୍ଲୀ: ବିଗତ କିଛି ଦିନ ହେବ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ଦେଶବାସୀ। ପ୍ରତିଦିନ ଦେଶରେ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କେତେକ ସ୍ଥାନରେ ସଟ୍ ଡାଉନ୍ ମଧ୍ୟ ଲାଗୁ କରିଛନ୍ତି ସରକାର। ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଥିବା ବେଳେ ଚଳିତ ବର୍ଷ ଶେଷ ଆଡ଼କୁ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ ହେବ ନା ନାହିଁ ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା।
ଏସବୁ ମଧ୍ୟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଅନ୍ତରୀଣ ସିଇଓ ଜ୍ୟୋଫ ଏଲାର୍ଡିସ କହିଛନ୍ତି ଯେ, ଆଇସିସି ପାଖରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ପାଇଁ ବିକଳ୍ପ ଯୋଜନା ମଧ୍ୟ ରହିଛି। ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ତଥାପି ଭାରତରୁ ବାହାରେ ବିଶ୍ଵ କପ୍ ଆୟୋଜନ ପାଇଁ କୌଣସି ବିଚାର ନଥିବା ଆଇସିସି କହିଛି।
ସୂଚନାଯୋଗ୍ୟ, ଭାରତରେ କରୋନାର ଦ୍ଵିତୀୟ ଲହର କାରଣରୁ ଖାଲି ଷ୍ଟାଡିୟମରେ ଆଇପିଏଲ ଆୟୋଜନ ହେଉଛି। ଆଇସିସି କହିଛି ଯେ, ଟି-୨୦ ବିଶ୍ଵ କପ୍ ଆୟୋଜନ ପାଇଁ ଆମ ପାଖରେ ପ୍ଲାନ ବି ରହିଛି। କିନ୍ତୁ ଏବେ ସ୍ଥିତି ଉପରେ ନଜର ରଖାଯାଇଛି। ଆଶା କରାଯାଉଛି, ବର୍ଷ ଶେଷ ଆଡକୁ ଭାରତରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବ।