Odisha Link
Bridging the Missing Links in Odisha

ନିୟମ ଉଲ୍ଲଂଘନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା

ନରୱେ: ସାରା ବିଶ୍ଵରେ କାୟା ମେଲାଉଛି କରୋନା ମହାମାରୀ। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସବୁ ଦେଶ ଲକ୍‌ଡାଉନ, ସଟ୍‌ଡାଉନ ଲାଗୁ କରିବା ଭଳି କଡା ପଦକ୍ଷେପ ନିଆଯାଉଛି। କିନ୍ତୁ ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ ଖୋଦ ନିଜେ କୋଭିଡ ନିୟମ ଉଲ୍ଲଂଘନ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ପୁଲିସ ତାଙ୍କୁ ଜରିମାନା ମଧ୍ୟ ଜାରି କରିଛି।

ଗତକାଲି ନରୱେ ପୁଲିସ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ ନିଜର ଜନ୍ମଦିନ ପାଳିବା ପାଇଁ ପରିବାର ଲୋକଙ୍କ ସହିତ ଏକତ୍ର ହୋଇଥିଲେ। ଏହାଦ୍ବାରା କୋଭିଡ-୧୯ ସାମାଜିକ ଦୂରତା ନିୟମ ଭଙ୍ଗ ହୋଇଥିଲା। ଫଳରେ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା କରାଯାଇଛି।

ପୁଲିସ କହିଛି ଯେ, ପ୍ରଧାନମନ୍ତ୍ରୀଙ୍କ ସ୍ବାମୀ ବି ଆଇନ ଉଲ୍ଲଂଘନ କରିଛନ୍ତି, କିନ୍ତୁ ତାଙ୍କ ଉପରେ ଜରିମାନା ଲାଗୁ ହୋଇନାହିଁ। ଯେଉଁ ରେଷ୍ଟୁରାଣ୍ଟରେ ପ୍ରଧାନମନ୍ତ୍ରୀ ପାର୍ଟି ଆୟୋଜନ କରିଥିଲେ ସେହି ରେଷ୍ଟୁରାଣ୍ଟ ବି ନିୟମ ଭଙ୍ଗ କରିଛି। କିନ୍ତୁ ରେଷ୍ଟୁରାଣ୍ଟ ଉପରେ ଜରିମାନା ଲାଗୁ ହୋଇନି।