ପିଲାଟି ବେଳୁ ଦୁଇଜଣ ଦିବ୍ୟାଙ୍ଗ, ଏବେ ସୋସିଆଲ ମିଡିଆ ବଦଳାଇ ଦେଲା ଜୀବନ
ସୋସିଆଲ ମିଡିଆରୁ ହେଲା ପ୍ରେମ
ଭୁବନେଶ୍ବର: ସୋସିଆଲ ମିଡିଆ ବଦଳାଇ ଦେଲା ଜୀବନ। ଦୁଇ ଦିବ୍ୟାଙ୍ଗଙ୍କୁ ବିବାହ ବନ୍ଧନରେ ବାନ୍ଧିଲା ସୋସିଆଲ ମିଡିଆ। ସୋସିଆଲ ମିଡିଆରେ ସାକ୍ଷାତ ହେବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଝାଡ଼ଖଣ୍ଡର ମହାବୀର ପ୍ରସାଦ ଶୁକ୍ଳ ଓ ଓଡ଼ିଶାର ସମ୍ବଲପୁର ନିବାସୀ ଲକ୍ଷ୍ମୀରାଣୀ ତ୍ରିପାଠୀ। ସୂଚନାଥାଉକି ଏହି ନବ ଦମ୍ପତ୍ତି କଥା କହି ପାରନ୍ତି ନାହିଁ ।
ମହାବୀର ଓ ଲକ୍ଷ୍ମୀରାଣୀଙ୍କ ପ୍ରଥମେ ସାକ୍ଷାତକାର ୬ ମାସ ତଳେ ଫେସ୍ବୁକରେ ହୋଇଥିଲା। ପରେ ଦୁଇ ଜଣ ଭଲ ସାଙ୍ଗ ହୋଇଥିଲେ। ପରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଲେ ଓ ୬ ମାସ ପରେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ। ମହାବୀରଙ୍କୁ ୪୮ ବର୍ଷ ହୋଇଥିବା ବେଳେ ଲକ୍ଷ୍ମୀଙ୍କୁ ୪୩ ବର୍ଷ ହୋଇଛି।
ସବୁଠୁ ବଡ଼ କଥା ହେଲୋ ନବ ଦମ୍ପତ୍ତି ଜନ୍ମରୁ କଥା କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ। ଓଡ଼ିଆ ଝିଅ ଲକ୍ଷ୍ମୀ ମ୍ୟାଟ୍ରିକ୍ ପର୍ଯ୍ୟନ୍ତ ପାଠ ପଢ଼ିଥିବା ବେଳେ ସିଲାଇ ଓ ନ୍ୟୁଟ୍ରିୟସନ୍ର କୋର୍ସ ମଧ୍ୟ କରିଛନ୍ତି। ଅପରପକ୍ଷେ ମହାବୀର ଜଣେ ଇଲେକ୍ଟ୍ରିକ୍ କଣ୍ଟ୍ରାକ୍ଟର।