ଏମାର ମଠରୁ ମିଳିଲା ରୁପା ଇଟା!
ପୁରୀ: ପୁଣି ଏମାର ମଠରୁ ମଳିଲା ରୁପା ଇଟା। ପୁରୀ ଏମାର ମଠର ୪ ନମ୍ବର କୋଠରୀରୁ ପ୍ରାଥମିକ ପ୍ରର୍ଯ୍ୟାୟରେ ୮ ଖଣ୍ଡ ରୁପା ଇଟା ମିଳିଥିବା ବେଳେ ଏବେ ଆଉ ୩୭ ଖଣ୍ଡ ରୁପା ଇଟା ମିଳିଛି। ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ସର୍ବମୋଟ ୪୫ ଖଣ୍ଡ ରୁପା ଇଟା ମିଳିଛି।
୨୦୧୦ରେ ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଦାୟିତ୍ୱ ଥିଲା। କାଲି ପୁରୀ ଏମାର ମଠର ନୂଆ ଟ୍ରଷ୍ଟି କାର୍ୟ୍ୟଭାର ଗ୍ରହଣ କରିଥିଲେ। ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ମଧ୍ୟ ମଠର ମହନ୍ତ ମହାରାଜ ଏଥିରେ ସହ ଯୋଗ କରୁନଥିଲେ। ଏହି ପ୍ରସଙ୍ଗକୁ ନେଇ ମଠର ନୂଆ ଟ୍ରଷ୍ଟ ବୋର୍ଡ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମାର ମଠର ଟ୍ରଷ୍ଟର ନୂଆ ସଦସ୍ୟମାନେ ଏମାର ମଠରେ ପ୍ରବେଶ କରିଥିଲେ।
ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ ଅନୁସାରେ ଝଞ୍ଜାପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ମଠର ଦାୟିତ୍ୱ ଦିଆଯାଇଛି। ଏହି ସମୟରେ ମଠରୁ କିଛି ଅଳଙ୍କାର ଠାବ ହୋଇଥିଲା। ମଠ ଭିତରେ ପୂଜା ପାଉଥିବା ରାମାନୂଜଙ୍କ ମୂର୍ତି ଓ ମୂର୍ତିରେ ଲାଗୁଥିବା ଅଳଙ୍କାର ଓ ଝୁଲଣ ବେଶରେ ଲାଗୁଥିବା ସମସ୍ତ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯିବ ବୋଲି କହିଥିଲା ପ୍ରଶାସନ। ୨୦୧୧ରେ ମଧ୍ୟ ଏମାର ମଠରୁ ୫୧୧ ଖଣ୍ଡ ରୂପା ଇଟା ମିଳିଥିଲା ।