ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର, ୧୩ରେ ନେବେ ଦାୟିତ୍ବ
ଆଜି ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଅବସର ଗ୍ରହଣ କରିବେ।

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ କେନ୍ଦ୍ର ନିର୍ବାଚନ ଅଧିକାରୀ ସୁଶୀଲ ଚନ୍ଦ୍ରା। ରବିବାର ଦିନ ସୁୁଶୀଲ ଚନ୍ଦ୍ରାଙ୍କ ନାମରେ ମୋହର ମାରିଛନ୍ତି କେନ୍ଦ୍ର ସରକାର। ସୂଚନାଥାଉକି, ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ତଳେ ଥିବା ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର କରାଇବାର ପରମ୍ପରା ରହିଛି।
ଆଜି ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଅବସର ଗ୍ରହଣ କରିବେ। ଯାହାଫଳରେ ଆସନ୍ତାକାଲି ସୁଶୀଲ ଚନ୍ଦ୍ର ସିଇସି ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ରହିଛି। ସୁଶୀଲଙ୍କ କାର୍ଯ୍ୟକାଳ ୨୦୨୨ ମେ’ ୧୪ ପର୍ଯ୍ୟନ୍ତ ରହିବ।
ମେ ୧୫, ୧୯୫୭ରେ ଜନ୍ମ ଗ୍ରହଣ କରିଥିଲେ ସୁଶୀଲ। ସେ ୧୯୮୦ ବ୍ୟାଚର ଆଇଆରଏସ (IRS)। ସେ ଆଇଆଇଟିରୁ ବିଟେକ ଏବଂ ଡେରାଡୁନରୁ ଏଲଏଲବି ପାସ କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ନିର୍ବାଚନ କମିଶନରେ ଯୋଗଦେବା ପୂର୍ବରୁ ସୁଶୀଲ ଚନ୍ଦ୍ରା କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ର ଅଧ୍ୟକ୍ଷ ଥିଲେ।