ବାଲେଶ୍ୱରରେ ଗସ୍ତରେ ୩ ସଚିବ, ମେଗା ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟର ୩ ଜଣ ସଚିବ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ପ୍ରମୁଖ ବାଲେଶ୍ୱର ଗସ୍ତ କରିଛନ୍ତି। ବାଲେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ ମେଗା ପ୍ରକଳ୍ପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ ଫକୀର ମୋହନ ମେଡିକାଲ କଲେଜ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କୋଭିଡି ସ୍ଥିତିର ସମୀକ୍ଷା କରିବେ। ଏଥିସହ ଆଇଟିଆଇ ଛକରୁ ତାମୁଳିଆ ଓଭରବ୍ରିଜ୍ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମୀକ୍ଷା, ୧୪ କୋଟି ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିବେ ବୋଲି ଜଣାପଡ଼ିଛି।
ସମୀକ୍ଷା ପରେ ୯ଟା ୧୫ ମିନିଟରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଏହାପରେ ୯ଟା ୪୫ରେ ପୁଣି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।