Odisha Link
Bridging the Missing Links in Odisha

ପୁରୀରେ ଜଣେ ପର୍ଯ୍ୟଟକ ଓ ଏକାଧିକ ସେବାୟତଙ୍କୁ କରୋନା

ପୁରୀ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ଦିନକୁ ଦିନ କରୋନ ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଏକାଧିକ କର୍ମଚାରୀ ଓ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ନେଇ ପୁରୀ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏଥିସହ ପୁରୀ ରେଳ ଷ୍ଟେସନରୁ ଜଣେ ପର୍ଯ୍ୟଟକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପର୍ଯ୍ୟଟକ ଜଣଙ୍କ ଟ୍ରେନ ଯୋଗେ ଗୁଜରାଟରୁ ଆସିଛନ୍ତି ବୋଲି ଜଣାପଡିଛି।

Leave A Reply

Your email address will not be published.