ଜାତକ ନ ସୁଝିବାରୁ ଜୀବନ ହାରିଲେ ପ୍ରେମୀଯୁଗଳ

ଝାରସୁଗୁଡ଼ା: ଜାତକ ନ ସୁଝିବାରୁ ଜୀବନ ହାରିଲେ ପ୍ରେମୀଯୁଗଳ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁମ୍ଭାରବନ୍ଧ ପୋଲିସ ଫାଣ୍ଡି ରେଙ୍ଗାଳି କିଷାନପଡ଼ା ଗାଁରେ। ଜାତକ ନ ସୁଝିବାରୁ ପରିବାର ଲୋକେ ବିବାହ କରେଇ ଦେବାକୁ ଅମଙ୍ଗ ହେବାରୁପ୍ରେମୀଯୁଗଳ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ରେଙ୍ଗାଲି କିଶାନପଡ଼ାର ବିଦେଶୀ କିଶାନଙ୍କ ପୁଅ ସୁବ୍ରତ କିଶାନ(୨୭) ସମ୍ବଲପୁର ଜୁନକର୍ମା ଗ୍ରାମର ସୁମତୀ ପିଙ୍ଗ (୨୨)ଙ୍କ ସହ ପ୍ରେମ ସଂପର୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା। ଉଭୟ ଗୋଟିଏ ଜାତିର ହୋଇଥିବାରୁ ପରିବାରକୁ ମଧ୍ୟ ପ୍ରେମ ସଂପର୍କ ବିଷୟରେ କହିଥିଲେ ଏବଂ ବିବାହ ପାଇଁ ପରିବାର ଲୋକେ ମଧ୍ୟ ରାଜି ହୋଇଥିଲେ। କିନ୍ତୁ ବାଧକ ସାଜିଲା ଜାତକ ସୁଝା।
ଜାତକ ନ ସୁଝିବାରୁ ଉଭୟ ପରିବାର ବିବାହ ପାଇଁ ରାଜି ହୋଇନଥିଲେ। ଯୁବକଙ୍କ ପରିବାର ଲୋକେ ଯୁବକଙ୍କ ବିବାହ ଅନ୍ୟ ଜାଗାରେ ଠିକ୍ କରିଦେଲେ। ଆସନ୍ତା ମେ ୫ତାରିଖରେ ବିବାହ ପାଇଁ ଲଗ୍ନ ସ୍ଥିର ମଧ୍ୟ ହୋଇଥିଲା। ଯୁବକର ଏହି ବାହାଘରେ କୌଣସି ପ୍ରକାରର ଉଚ୍ଛାନଥିଲା। ଫଳରେ ପ୍ରେମିକାକୁ ବାଇକ୍ ଯୋଗେ ନିଜ ଘରକୁ ଆଣିଥିଲା ପ୍ରେମିକ।ସୁମତୀଙ୍କ ସହ ତାଙ୍କର ବାହାଘର କରିବାକୁ ପରିବାର ଲୋକଙ୍କ ପାଖରେ ଜିଦ୍ ଧରିଥିଲେ।
ବାହାଘର ନେଇ ରବିବାର ସଂଧ୍ୟାରେ ପଡ଼ାଲୋକ ଓ ଜାତିଭାଇଙ୍କୁ ନେଇ ଏକ ସଭା କରାଯାଇଥିଲା। ସଭାରେ ସୁବ୍ରତ ଓ ସୁମତୀଙ୍କ ବିବାହ ହୋଇ ପାରିବ ନାହିଁ ବୋଲି ଫଇସଲା ହୋଇଥିଲା। ଫଳରେ ଏଭଳି ଫଇସଲା ଶୁଣିବା ପରେ ସୁବ୍ରତ ଓ ସୁମତୀ ଏକ କୋଠରୀରେ ଭିତରପଟୁ କବାଟ କିଳି ଦଉଡ଼ି ଲଗାଇ ସାଙ୍ଗ ହୋଇ ଆତ୍ମହତ୍ୟା କରିଛନ୍ତି।
ସକାଳ ହେବାରୁ ପରିବାର ଲୋକେ ଘର ଭିତରୁ କୌଣସି ଶବ୍ଧ ନହେବାରୁ ଘରର କବାଟ ଖୋଲିଥିଲେ। କବାଟ ଖୋଳି ଦେଖିବା ବେଳକୁ ଘର ଭିତରେ ୨ଜଣଙ୍କ ମୃତଦେହ ଝୁଲୁଥିଲା। ଘଟଣାସ୍ଥଳରେ କୁମ୍ଭାରବଦ୍ଧା ଫାଣ୍ଡି ଅଧିକାରୀ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି। ଏପରିକି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି।