ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ୍: ଉଦ୍ଧବ
![](https://www.odishalink.com/wp-content/uploads/2019/11/Udhav-thakre.jpg)
ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିଜର ବକ୍ତବ୍ୟ ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେ କରହିଛିନ୍ତି ଯେ, ମହାରାଷ୍ଟ୍ରରେ କରୋନା ଆୟତ୍ତରୁ ବାହାରେ ରହିଛି। ମହାରାଷ୍ଟ୍ର ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନର ଆବଶ୍ୟକତା ରହିଛି।
ଅଧିକ ଅକ୍ସିଜେନ ଯୋଗାଇ ଦେବାକୁ କେନ୍ଦ୍ରକୁ ଦାବି କଲେ ଉଦ୍ଧବ ଠାକରେ। ଟିକାକରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡିବ। ମହାରାଷ୍ଟ୍ରରେ ଭୟଙ୍କର ରୂପରେ ବଢିଛି କରୋନା। ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି।
ଗତ ୨୪ ଘଣ୍ଟା ମଧ୍ୟରେ ୫୧, ୭୫୧ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୫୮ ଜଣଙ୍କ ମୃତ୍ୟୁ ହୋଇଛି। ତେଣୁ ସଂକ୍ରମଣ ଅଧିକ ହେଉଥିବାରୁ ସରକାର ଆଗୁଆ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି।