ପିପିଲି ଉପନିର୍ବାଚନ: ପ୍ରଚାର ମୈଦାନକୁ ଓଲ୍ଲାଇଲେ ଧର୍ମେନ୍ଦ୍ର

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଜୋର ଧରିଛି ପ୍ରଚାରପ୍ରସାର। ସବୁ ଦଳ ନିଜ ପାର୍ଥୀଙ୍କ ପାଇଁ ପ୍ରଚାର ପ୍ରସାର କରୁଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ପିପିଲି ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପିପିଲିରୁ ଡ଼େଲାଙ୍ଗ ରୋଡ଼ ‘ଶୋ’ କରୁଛନ୍ତି। ରୋଡ଼ ‘ଶୋ’ରେ ବିଜେପି ରାଷ୍ଟ୍ର ମୁଖ୍ୟ ସମ୍ବିତ ପାତ୍ର ଯୋଗ ଦେଇଛନ୍ତି। ପିପିଲି ଉପନିର୍ବାଚନକୁ ନେଇ ତିନି ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବା ପାଇଁ ମିଳୁଛି।
ଗତ କାଲି ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ୍ ପ୍ରଚାର କରିଥିଲେ। ପିପିଲି ଉପନିର୍ବାଚନରୁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ବିଜେଡ଼ି ସୁପ୍ରିମୋ ପ୍ରଚାର କରିଛନ୍ତି। ପିପିଲ- ଡ଼େଲାଙ୍ଗର କଥା ମୁଖ୍ୟମନ୍ତ୍ରୀ ନିଜେ ବୁଝିବେ ବୋଲି ପ୍ରଚାର ସମୟରେ କହିଛନ୍ତି।