ଦିନବେଳା ରଙ୍ଗ ମିସ୍ତ୍ରୀ, ରାତିରେ ଚୋରି

ଭୁବନେଶ୍ବର: ଦିନରେ ରଙ୍ଗମିସ୍ତ୍ରୀ ଆଉ ରାତିରେ ଚୋରୀ। ଦୁର୍ଦ୍ଦାନ୍ତ ସୁନା ଚୋର ଦିଲ୍ଲୀପ ନାୟକକୁ ଗିରଫ କଲା କମିସନରେଟ୍ ପୋଲିସ। ୫ ବର୍ଷ ଧରି ଏହି ସୁନା ଚୋରକୁ ଖୋଜୁଥିଲା ପୋଲିସ।
Related Posts
ମିଳିଥିବା ସୂଚନା ଅନୁସାରେ, ୨୦୨୦ ମସିହା ଅଗଷ୍ଟ ୨୧ ତାରିଖରେ ବଡଗଡ଼ ଅଞ୍ଚଳରେ ଚୋରି କରୁଥିବା ବେଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଦିଲ୍ଲୀପ । ଚୋର ଦିଲ୍ଲୀପ ନାୟକକୁ ଗିରଫ କରିଛି ଲଷ୍ମୀସାଗର ଥାନା ପୋଲିସ।
ଦିଲ୍ଲୀପର ଘର ନୟାଗଡ଼ରେ। ଭୁବନେଶ୍ବର ଶିଶୁପାଳଗଡ଼ରେ ରହୁଥିଲା ଦିଲ୍ଲୀପ। ସେ ୧୬ ବର୍ଷ ବୟସରୁ ଚୋରି କରିବା ଆରମ୍ଭ କରିଥିଲା। ତା ନାଁରେ ଭୁବନେଶ୍ବରରେ ୧୧ଟି ମାମଲା ରହିଛି।