କୋଭିଡ୍ ନିୟମ ଉଲଂଘନ: ୨ କୋଟି ୧୭ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର: ରାଜ୍ୟରେ ହୁହୁ ହେଇ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। କୋଭିଡ୍ ସଂକ୍ରମଣରକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛି କମିଶନରେଟ୍ ପୁଲିସ। ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମନା ଆଦାୟ କରିଛି ପୁଲିସ।
କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୭ ଦିନରେ ୨ କୋଟିରୁ ଅଧିକ ଟଙ୍କାର ଜରିମନା ଆଦାୟ କରିଛି ପୁଲିସ । ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଜରିମନା ଆଦାୟ କରାଯାଇଛି। ୭୫ ହଜାର ୭୭ ଜଣଙ୍କଠୁ ଫାଇନ୍ କଟାଯାଇଛି। ଆଗକୁ କୋଭିଡ୍ ନିୟମ ଆହୁରି କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ମାସ୍କ ଓ ସାମାଜିକ ଦୂରତା ନିୟମ ଉଲଂଘନ କରି ୯ହଜାର ୩୧ ଜଣଙ୍କଠୁ ଫାଇନ୍ ଆଦାୟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଏନଫୋର୍ସମେଣ୍ଟ ଡ୍ରାଇଭ୍ ୨୯ ଲକ୍ଷ ୪ ହଜାର ୫୦ ଟଙ୍କା ଜରିମନା ଆଦାୟ କରିଛି।