କମିଲା ତୈଳ ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ତୈଳ ଦର। ୧୫ ଦିନ ପରେ ତୈଳ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ କରିଛନ୍ତି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଭାରତୀୟ ବଜାରରେ ମଧ୍ୟ ତୈଳ ଦର ହ୍ରାସ ଘଟିଛି।
ଦିଲ୍ଲୀରେ ପେଟ୍ରୋଲ ଦର ଏଠାରେ ପୂର୍ବରୁ ୯୦.୫୬ ଟଙ୍କା ଥିବା ବେଳେ ଏବେ ୯୦.୪୦ ରହିଛି। ଡିଜେଲ ମଧ୍ୟ ୮୦.୭୩ ପଇସା ହୋଇଯାଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୬.୮୦ ଓ ଡିଜେଲ ୮୭.୮୧, ଚେନ୍ନାଇରେ ପେଟ୍ରୋଲ ୯୨.୪୩ ଓ ଡିଜେଲ ୮୫.୭୩ ଟଙ୍କା ରହିଛି।
କୋଲକାତାରେ ପେଟ୍ରୋଲ ଦର ୯୦.୬୨ ଥିବାବେଳେ ଡିଜେଲ ୮୩.୬୧ ରହିଛି, ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୯୧.୧୨ ଟଙ୍କା ଥିବା ବେଳେ ଡିଜେଲ ୮୭.୯୮ ଟଙ୍କା ରହିଛି।
ବୁଧବାର ଅଶୋଧିତ ତୈଳ ବଜାରରେ ଦର ପ୍ରାୟ ୫ ପ୍ରତିଶତ ହ୍ରାସ ଘଟିଥିଲା।ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ ଦର ବ୍ୟାରେଲ୍ ପିଛା ୬୬.୫୨ ଡଲାର ଥିବା ବେଳେ ଡବଲ୍ୟୁଟିଆଇ କ୍ରୁଡ୍ ୬୩.୦୩ ଡଲାର ରହିଛି।