ମାଟି ଅତଡ଼ା ଧସି ୩ ମହିଳା ମୃତ

କେରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ ପୋଡ଼ାଗୁଡ଼ାରେ ଅଭାବନୀୟ ଘଟଣା ଘଟିଛି। ଚୂନମାଟି ଆଣିବାକୁ ଯାଇଥିବା ବେଳେ ଅତଡା ଖସି ୩ ଜଣ ମହିଳାଙ୍କୁ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହିଳାଙ୍କୁ ତୁରନ୍ତ ପଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Related Posts
ସୂଚନାଯୋଗ୍ୟ ଯେ, ପୋଡ଼ାଗୁଡାର ୪ ଜଣ ମହିଳା ଚୂନମାଟି ଆଣିବାକୁ ନିକଟସ୍ଥ ଏକ ଅଞ୍ଚଳକୁ ଯାଇଥିଲେ। ତେବେ ସେଠାରେ ମାଟି ଖୋଳୁଥିବା ବେଳେ ହଠାତ୍ ସେମାନଙ୍କ ଉପରେ ଅତଡା ଖସିଥିଲା।
ଚୂନମାଟି ଅତଡା ଖସିବା ଫଳରେ ମାଟିରେ ପୋତିହୋଇ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।