କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କୁ କରୋନା
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୭,୩୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ଭୋପାଳ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ। ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
मेरी कोविड जाँच रिपोर्ट पॉज़िटिव आयी है। फ़िलहाल अपने दिल्ली निवास पर क्वारंटीन में हूँ। कृपया इस दौरान मेरे संपर्क में आए सभी लोग खुद को आइसोलेशन में रखकर अपनी सेहत से संबंधित सभी सतर्कता बरतें।
— digvijaya singh (@digvijaya_28) April 16, 2021
ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ମୋ କରୋନା ରିପୋର୍ଟ ପଜିଟିଭ ଆସିଛି। ମୁଁ ବର୍ତ୍ତମାନ ଦିଲ୍ଲୀ ବାସଭବନରେ କ୍ବାରାଣ୍ଟିନରେ ରହିଛି। ନିକଟରେ ମୋ ସମ୍ପର୍କରେ ଯେଉଁ ମାନେ ଆସିଛନ୍ତି ସମସ୍ତେ ନିଜକୁ ଆଇସୋଲେସନରେ ରଖି ନିଜର କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ଦିଗବିଜୟ କହିଛନ୍ତି।
ସୂଚନାଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୭,୩୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୧,୧୮୫ ଜଣ ପ୍ରାଣ ହରାଇ ଥିବା ବେଳେ ୧,୧୮,୩୦୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଗତବର୍ଷ କରୋନା ସଂକ୍ରମଣ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟା ସର୍ବାଧିକ ବୋଲି କୁହାଯାଇଛି। ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରୁ ୬୧ ହଜାର ୬୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।