୧୯ରୁ ଉଚ୍ଚଶିକ୍ଷା ଅନୁଷ୍ଠାନ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବ। ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀମାନଙ୍କ ପଢ଼ିବା ପାଇଁ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି।
ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଏହା ସହିତ ଏପ୍ରିଲ ୧୯ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ।
Examinations and Physical classes ( theory as well as practical ) shall be suspended with effect from 19.04.2021 (Monday) .@DHE_Odisha pic.twitter.com/KGu6dhMyFX
— Dr. Arun Kumar Sahoo (@dr_arunsahoo) April 16, 2021
ସୋମବାର ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ। କେବେ କ୍ଲାସ୍ ଆରମ୍ଭ ହେବ ଏବଂ ହେବାକୁ ଥିବା ପରୀକ୍ଷା କେବେ ହେବ ସେ ନେଇ ନିଷ୍ପତ୍ତି ନେବେ ଉଚ୍ଚ ଶିକ୍ଷା ବିଭାଗ ।
ଏଥି ସହିତ ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ସ୍ପୋର୍ଟ୍ସ ହଷ୍ଟେଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । କ୍ରୀଡ଼ାବିତମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ରାଜ୍ୟ କ୍ରୀଡା ବିଭାଗ।