ଆଜିଠୁ କୋଣାର୍କ ସମେତ ଏଏସଆଇ ନିୟନ୍ତ୍ରିତ ପର୍ଯ୍ୟଟନ ସ୍ଥଳ ବନ୍ଦ
ଭୁବନେଣ୍ବର: ଆଜି ଆଜିଠୁ କୋଣାର୍କ, ରାଜାରାଣୀ ଆଦି ପର୍ଯ୍ୟଟନ ସ୍ଥଳ ବନ୍ଦ। କରୋନା ସଂକ୍ରମଣ ଯୋଗୁଁ ସମସ୍ତ କୀର୍ତିରାଜିକୁ ବନ୍ଦ କଲା ଏଏସଆଇ। ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଦେଶର ସମସ୍ତ ଏଏସଆଇ ନିୟନ୍ତ୍ରିତ କାର୍ତିରାଜୀ, ସାଇଟ୍ ଓ ମ୍ୟୁଜିଅମ୍।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆର୍କିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ–ଏଏସଆଇ ଏଭଳି ନିଷ୍ପତି ନେଇଛି। ଏନେଇ ସମସ୍ତ ଆଂଚଳିକ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଛି। ରାଜ୍ୟରେ ଥିବା ଏଏସଆଇ ନିୟନ୍ତ୍ରିତ ସମସ୍ତ କାର୍ତିରାଜି, ସ୍ଥଳ ଓ ମ୍ୟୁଜିଅମ୍ ମଧ୍ୟ ଆଜିଠୁ ବନ୍ଦ ରହିବ। କୋଣାର୍କ, ଖଣ୍ଡଗିରି, ରତ୍ନଗିରି, ରାଜାରାଣୀ ମନ୍ଦିର ଭଳି ଭାରତୀୟ ପ୍ରତ୍ନତତ୍ୱ ସର୍ଭେ ନିୟନ୍ତ୍ରିତ କିର୍ତୀରାଜୀ ବନ୍ଦ ରହିବ।
ଶୁକ୍ରବାରଠାରୁ କୋଣାର୍କରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଚିଠି ପରେ ଏହି ନିଷ୍ପତ୍ତି ନିଆଯାଇଛି। ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋଣାର୍କ ମନ୍ଦିରରେ କଟକଣା ଲଗାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏ ସମ୍ପର୍କରେ ସମସ୍ତ କର୍ମଚାରୀଙ୍କୁ ବି ଅବଗତ କରାଯାଇଛି।
ଆଜିଠାରୁ କୋଣାର୍କ ବଜାର ଓ ଅନ୍ୟ ସ୍ଥାନମାନଙ୍କରେ ପୁଲିସ ପକ୍ଷରୁ ନାଇଟ୍ କର୍ଫ୍ୟୁ ପାଇଁ ପୁଲିସ ଡାକବାଜି ଜରିଆରେ ପ୍ରଚାର କରିବା ଆରମ୍ଭ କରିଛି। ଆସନ୍ତାକାଲିଠାରୁ ରାତି ୯ଟାରୁ ଦୋକାନ ବଜାର ବନ୍ଦ ପାଇଁ ପ୍ରଚାର କରାଯାଇଛି ।