କରୋନା: ପ୍ରଧାନମନ୍ତ୍ରୀଙ୍କ ଅକ୍ସିଜେନ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁନେଇ ଖବର ଆସିବା ପରେ ଆଜି ଏନେଇ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୀକ୍ଷା ବୈଠକରେ ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଜିଲ୍ଲା ଗୁଡିକର ସ୍ଥିତି ନେଇ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯାଇଥିଲା। ତେବେ ବିଭିନ୍ନ ପ୍ଲାଂଟ ନିଜ କ୍ଷମତା ଅନୁସାରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନରେନ୍ଦ୍ର ମୋଦୀ।
ଏହାସହ ସାରା ଦେଶରେ ଅକ୍ସିଜେନ ସିଲିଣ୍ଡର ଗୁଡିକୁ ନେଇ ଯାଉଥିବା ଗାଡି ଗୁଡିକୁ କିପରି କୌଣସି ବିନା ବାଧାରେ ଯାତାୟତ କରିପାରିବ ସେ ନେଇ ଯେପରି କୌଣସି ବାଧା ନଉପୁଯେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଏଥି ସହିତ ବିଦେଶରୁ ୫୦ ହଜାର ମେଟ୍ରିକ୍ ଟନ ମେଡିକାଲ ଅକ୍ସିଜେନ କେନ୍ଦ୍ର ସରକାର ଆମଦାନୀ କରିବେ ବୋଲି ସୂଚନା ମିଳିଛି।