କରୋନାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ଅଣାୟତ୍ତ କଲାଣି ମହାମାରୀ କରୋନା। ସଂକ୍ରମଣ ଯେତେ ମାତ୍ରାରେ ବଢିବାରେ ଲାଗିଛି ମୃତ୍ୟ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାରି ଭିତରେ ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ କରୋନାରେ ମୃତ୍ୟୁ ହୋଇଛି।
୬୮ ବର୍ଷୀୟ ସିହ୍ନା ଶୁକ୍ରବାର ଭୋର ୪.୩୦ରେ ଶେଷ୍ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୭୪ ବ୍ୟାଚର ଆଇପିଏସ ହେଉଛନ୍ତି ଶ୍ରୀ ସିହ୍ନା। ୨୦୧୨ ନଭେମ୍ୱର ୨୨ରେ ୨ ବର୍ଷ ପାଇଁ ତାଙ୍କୁ ସିବିଆଇ ମୁଖ୍ୟ କରାଯାଇଥିଲା।
ଏହା ପୂର୍ବରୁ ସିହ୍ନା ରେଲଓ୍ୱେ ସୁରକ୍ଷା ବଳର ନେତୃତ୍ୱ ନେବା ସହ ପାଟନା ଓ ଦିଲ୍ଲୀ ସିବିଆଇ ବରିଷ୍ଠ ପଦବୀରେ ରହିଆସିଛନ୍ତି। ସିହ୍ନା ତାଙ୍କ ଜୀବନ କାଳମଧ୍ୟରେ ସିବିଆଇ ନିର୍ଦ୍ଦେଶକ, ଆଇଟିବିପି ଡିଜିସହ ଅନେକ ପଦ ପଦବୀରେ ରହିଆସିଛନ୍ତି।