ବିନା ଶ୍ରଦ୍ଧାଳୁରେ ହେବ ରୁକୁଣା ରଥଯାତ୍ରା
![](https://www.odishalink.com/wp-content/uploads/2021/04/rukuna-rath-yatra.jpg)
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କିଭଳି ପାଳନ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ପର୍ବ ରୁକୁଣା ରଥଯାତ୍ରା। ସେନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି। ବୈଠକରେ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ସମାପନ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଏହା ସହ ସ୍ୱଳ୍ପ ସେବାୟତଙ୍କୁ ମଧ୍ୟ ଏହି ରଥଯାତ୍ରାରେ ନିୟୋଜିତ କରାଯିବା ନେଇ ବି ଆଲୋଚନା ହୋଇଛି। ସେପଟେ ରଥ ଟାଣିବା ବେଳେ ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁହେବା ନେଇ ସୂଚନା ଦିଆଯାଇଛି।
ଉଭୟ ୨୦ ଓ ୨୪ ତାରିଖରେ ୧୪୪ ଧାରା ଲାଗୁ ହେବ। ଏହି ବୈଠକରେ ଲିଙ୍ଗରାଜ ସେବାୟତ, ଲିଙ୍ଗରାଜ ମନ୍ଦିର କମିଟି ଓ ପୋଲିସ କମିଶନର ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।