ଔଷଧ କଳାବଜାରୀ ରୋକିବ ଫ୍ଲାଇଂ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀର କଳାବଜାରୀ ରୋକିବା ଉପରେ ତୀକ୍ଷଣ ନଜର ରଖିବ ପୁଲିସ। ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କଳାବଜାରୀ ରୋକିବାକୁ କମିଟି ଗଠନ କରାଯାଇଛି। କଟକ ଓ ଭୁବନେଶ୍ୱର ପାଇଁ ୭ ଫ୍ଲାଇଂ ସ୍କ୍ୱାଡ୍ ଗଠନ ହୋଇଛି। ସେହିପରି ଅନ୍ୟ ଅଞ୍ଚଳ ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ ହୋଇଛି।
ଅନ୍ୟ ୧୫ଟି ଜିଲ୍ଲା ମଧ୍ୟରେ ସମ୍ବଲପୁର, ଗଞ୍ଜାମ, ସୁନ୍ଦରଗଡ଼ ରହିଛି। ବେଆଇନ କଳାବଜାରୀ ଖବର ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା। ସେହିପରି ସାରା ରାଜ୍ୟ ପାଇଁ ୨୩ ସ୍କ୍ୱାଡ୍ ଗଠନ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।
ମେଡିସିନ ଷ୍ଟକିଷ୍ଟ, ଯୋଗାଣ, ପ୍ରସ୍ତୁତକାରୀ କମ୍ପାନୀର ବୈଧ୍ୟତା ଯାଞ୍ଚ କରାଯିବ। ଜିଲ୍ଲା ସ୍ତରରେ ଏସପି ଡିଆଇଜି ତଦାରଖ କରିବେ। ଟ୍ଵିନ୍ ସିଟି ଦାୟିତ୍ୱରେ ଏସଟିଏଫ, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସ କମିଶନରଙ୍କ ଅଫିସର ବରିଷ୍ଠ ପୋଲିସ ଅଧିକାରୀ ରହିବେ। ଔଷଧ ବିତରଣ, ବିକ୍ରି ଓ ବୈଧତା ନେଇ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାର ରାଜ୍ୟରେ ମେଡିସିନ କଳାବଜାରୀ ପରେ ଏହି ପଦକ୍ଷେ ନେଇଛି ରାଜ୍ୟ ପୋଲିସ।